ଭୁବନେଶ୍ୱର :ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳମୁହାଁ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରକିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି କୋଭିଡ ଆମ ସାଥୀରେ ରହିବ । କୋଭିଡ -୧୯ର ଅନ୍ତ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ହେଲେ ଏହି ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ । ଯେପରି ଆଲଫା ପରେ ଡେଲଟା ଓ ତାର ସବ ଭାରିଆଣ୍ଟ ଆସିଥିଲା । ଯେପରି ଓମିକ୍ରମ ଆସିଛି ।
ଓମିକ୍ରନର ପ୍ରଭାବ ଗଲାପରେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବର୍ତ୍ତମାନ କୋଭିଡ ଉପରେ ଗବେଷଣା ଜାରି ରହିଛି । ସଂକ୍ରମଣକୁ ନେଇ ଭୟଭୀତ ହେବା ଉଚିତ ନୁହେଁ । ସଂକ୍ରମଣ କେତେବେଳେ ଉପରମୁହାଁ ଓ କେତେବେଳେ ତଳମୁହାଁ ହୋଇପାରେ । ସୂଚନା ଅନୁସାରେ ଗତ କିଛି ଦିନ ହେଲା ସଂକ୍ରମଣ ୧୦ ହଜାର ତଳକୁ ରହୁଛି ।
Comments are closed.