Latest Odisha News

BREAKING NEWS

କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ

ଭୁବନେଶ୍ବର : କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ସର୍ଭେଲାନ୍ସ ଟିମ । ଟେଷ୍ଟିଂ ବଢ଼ାଯିବା ସହିତ ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ଭ୍ୟାକ୍ସିନ ନେଇଥିଲେ ମଧ୍ୟ କୋଭିଡ କଟକଣା ମାନିବାକୁ ପଡ଼ିବ । କାରଣ କରୋନା ଏବେ ବି ପରିବେଶ ଭିତରେ ବୁଲୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଆମ ରାଜ୍ୟରେ ସେକେଣ୍ଡ ଓ୍ବେଭ ଜାରି ରହିଛି । କଟକ ଓ ଭୁବନେଶ୍ବରରେ ସଂକ୍ରମଣ ପାଇଁ ଚିନ୍ତା ରହିଛି । ତେଣୁ ଏଠାରେ ଆହୁରି ଏନଫୋର୍ସମେଣ୍ଟ କରିବାକୁ ସରକାର ଚିନ୍ତା କରୁଛନ୍ତି । ଟିକା ନେବା ପରେ ମଧ୍ୟ ଲୋକମାନେ ସଂକ୍ରମିତ ହେଉଛନ୍ତି । ମାତ୍ର ସେହି କ୍ଷେତ୍ରରେ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହୁଛି । ଅନ୍ୟପଟେ ବିଶ୍ବର କିଛି ଦେଶରେ ବଢୁଛି କରୋନା ସଂକ୍ରମଣ ହାର । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପ୍ରସ୍ତୁତି ସ୍ବାଗତ ଯୋଗ୍ୟ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଗୋଟିଏ ଲହର ୩ରୁ ୪ ମାସ ପର୍ଯ୍ୟନ୍ତ ରହୁଥିବାରୁ ତାକୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.