Latest Odisha News

ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ମ୍ୟାଲେରିଆ ଓ ଫାଇଲେରିଆକୁ ନେଇ ବଡ ବୟାନ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ଏବଂ ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡେଙ୍ଗୁ ଏଡିସ ମଶା କାମୁଡିଲେ ହୁଏ । ଏହା ବର୍ଷା ଦିନରେ ଅଧିକ ହୁଏ, କାରଣ ସେ ସମୟରେ ଭେକ୍ଟର ବଢ଼େ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୧ ହଜାର ୩୬୧ଟି ନମୂନା ପରୀକ୍ଷା ହୋଇଛି । ଏଥିରୁ ୩ ହଜାର ୩୦୭ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି । ଗୋଟିଏ ମୃତ୍ୟୁ ଅଭିଯୋଗର ଅନୁସନ୍ଧାନ କରାଯାଉଛି । ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ଅଧିକ ଡେଙ୍ଗୁ ରୋଗୀ ଅଛନ୍ତି । ଡେଙ୍ଗୁ ରୋଗୀ ମାନଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ।

ସେହିପରି ମ୍ୟାଲେରିଆ, ଆନଫିଲିସ ମଶା ଯୋଗୁଁ ହୁଏ । ଯାହା ରାତିରେ କାମୁଡ଼େ । ଗତ ତିନ ମାସ ୨୮ ଲକ୍ଷ ୫୬ ହଜାର ୫୩୧ ପରୀକ୍ଷା ହୋଇଛି । ୨୯ ହଜାର ୧୭୭ ମ୍ୟାଲେରିଆ ରୋଗୀ ଅଛନ୍ତି । ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । କୋରାପୁଟ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ଅଧିକ ରୋଗୀ ଅଛନ୍ତି । ଏଲଏଲଆଇଏନ ମଶାରୀ ୪୦ ଲକ୍ଷରୁ ଅଧିକ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି । ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଚାଲିଛି । ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା ।

ଫାଇଲେରିଆ-କ୍ୟୁସେକ ମଶା କାମୁଡିବାରୁ ହୁଏ । ୨୦୦୪ରୁ ମାସ୍ ଡ୍ରଗ ଆଡ଼ମିନିଶଟ୍ରେସନ ହେଉଛି । ୨୦୨୭ ସୁଦ୍ଧା ଫାଇଲେରିଆ ମୁକ୍ତ ହେବ ଓଡ଼ିଶା ।

ସେହିପରି ବାର୍ଡ ଫ୍ଲୁ- ପକ୍ଷୀରୁ ମଣିଷକୁ ସଂକ୍ରମଣ ହୁଏ । ୨୦୨୪ରେ ପୁରୀ ଜିଲ୍ଲା ଡେଲାଙ୍ଗ, ସତ୍ୟବାଦୀ, ପିପିଲି ଓ ନିମାପଡା ବ୍ଲକରେ ହୋଇଛି । ମତ୍ସ୍ୟ ପ୍ରାଣୀ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ପୁରୀରେ କାମ କରିବା ସହ କୁକୁଡ଼ା ମରାଯାଉଛି । ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । ମାଇକ୍ରୋ ପ୍ଲାନ ହୋଇଛି ।

ଘରକୁ ଘର ବୁଲି ସର୍ଭେ ହେଉଛି । କୁକୁଡ଼ା ମରାଳିଙ୍କ ବି ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି । ଜଣେ ମରାଳିଙ୍କ ଥଣ୍ଡା ଜ୍ୱର ହେବାରୁ ମଙ୍ଗଳପୁର ହସ୍ପିଟାଲ ପଠାଇ, ତାଙ୍କ ରକ୍ତ ନମୁନା ଆରଏମଆରସି ପଠାଯାଇଥିଲା । ତାହା ନେଗେଟିଭ ବାହାରିଲା । ଜଣେ ବି କେହି ବାର୍ଡ ଫ୍ଲୁ ସଂକ୍ରମିତ ଲୋକ ନାହିଁ । ଆତଙ୍କିତ ହେବାର ନାହିଁ । ଜାପାନୀ ଏନସାଫାଲାଇଟିସରେ ବି କାହାର ମୃତ୍ୟୁ ହୋଇନି ଗୃହରେ ଏହି ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Comments are closed.