Latest Odisha News

BREAKING NEWS

ଓଡ଼ିଶା ସମେତ ୮ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢୁଛି । ଧିମା ପଡ଼ିଛି ଟିକାକରଣ । ଏଭଳି ସ୍ଥିତିରେ ଆଜି ଓଡ଼ିଶା ସମେତ ୮ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ୍ ଟିକାକରଣ ଓ କରୋନା ମୁକାବିଲା ନେଇ ବିଚାରବିମର୍ଶ କରିବେ । ରାଜ୍ୟଗୁଡ଼ିକର ମତାମତ ନେବେ ସ୍ୱାସ୍ଥ୍ୟମନ୍ତ୍ରୀ । ଓଡ଼ିଶା ସମେତ ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡଖଣ୍ଡ, ଓ ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

ସଂକ୍ରମଣ ଭିତରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଣ କମିବା ଯୋଗୁ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଏବେ ଦ୍ୱିତୀୟ ଡୋଜ୍ ଟିକାକରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥାମିକତା ଦେଉଛନ୍ତି । ଆଗକୁ କିଭଳି ଅଧିକ ଟିକା ମିଳିବ ସେପ୍ରସଙ୍ଗ ଆଜିର ବୈଠକରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଉଠାଇ ପାରନ୍ତି । ସେହିପରି ୧୮ରୁ ୪୪ବର୍ଷଙ୍କୁ ଟିକାକରଣ ବାବାଦରେ ବି ଆଲୋଚନା ହୋଇପାରେ ।

Leave A Reply

Your email address will not be published.