Latest Odisha News

BREAKING NEWS

ମୋ ମତରେ ଆହୁରି ମାସେ ବଢ଼ୁ ଲକଡାଉନ୍‌: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆହୁରି ମାସେ ବଢ଼ୁ ଲକଡାଉନ୍ । ମୋ ମତରେ ତାଲାବନ୍ଦ ଆହୁରି ମାସେ ହେବା ଦରକାର ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ସେହି ରାଜ୍ୟରେ ହିଁ କରୋନା ପରୀକ୍ଷା କରାଯିବା ଦରକାର । ରାଜ୍ୟର ଏହି ଦାବିକୁ ଅନ୍ୟ ରାଜ୍ୟ ବି ସମର୍ଥନ କରିଛନ୍ତି । ତେବେ ପ୍ରବାସୀ ଓଡ଼ିଆ କେମିତି ଆସିବେ ସେ ସବୁର ବ୍ୟବସ୍ଥା କେନ୍ଦ୍ର ସରକାର କରିବେ ।

ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଆଣିବାକୁ କେନ୍ଦ୍ର ନିକଟରେ ନବ ଦାସ ଦାବି କରିଛନ୍ତି । ସେ କହିଛନ୍ତି, ଆଇସିଏମ୍‌ଆର୍‌ର ଗାଇଡଲାଇନ୍ ଅନୁସାରେ ଶ୍ରମିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନ୍‌ରେ ରଖାଯାଇଛି । ଅନେକ ଘରୋଇ ହସ୍ପିଟାଲରେ କ୍ୱାରେଣ୍ଟିନ ସେଂଟର ପାଇଁ ଦାବି ହୋଇଛି, ହେଲେ ଏଯାଏଁ ଆଇସିଏମ୍‌ଆର୍ ଅନୁମତି ଦେଇନି । ଏଥିସହ ରାପିଡ୍ ଟେଷ୍ଟ କିଟ୍ ତ୍ରୁଟିପୂର୍ଣ୍ଣ ଅଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.