Latest Odisha News

BREAKING NEWS

ଯାଜପୁରରେ ଆରମ୍ଭ ହେଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାର ୫ଟି ବ୍ଲକ ଏବଂ ଯାଜପୁର ପୌରପାଳିକାରେ ଆଜି ଦିନ ୧୨ ଟାରୁ ଆରମ୍ଭ ହୋଇଛି କଣ୍ଟେନମେଣ୍ଟ କଟକଣା । କୋରୋନା ନିୟନ୍ତ୍ରଣ ପାଇଁ ରବିବାର ଦିନ ଏହି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ ।

ଆଜି ସକାଳୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଆଜିର ଏହି କଟକଣା ଆସନ୍ତା ୫୪ ଘଂଟା ପାଇଁ ଲାଗୁ ହୋଇ ଆସନ୍ତା ୨୯ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ।

ଜିଲ୍ଲାରେ ଏପର୍ଯ୍ୟନ୍ତ ୧୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । କେବଳ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ କୌଣସି ଦୋକାନ ଖୋଲି ରହିବ ନାହିଁ । ଏହି ସମୟରେ କେହି ବାହାରକୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.