Latest Odisha News

BREAKING NEWS

କାଲି ଏସଆରସି ମନା କଲେ, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଦିନ ବେଳା ଲାଗିପାରେ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣ ପାଞ୍ଚ ଶହ ଡେଇଁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ । ଆବଶ୍ୟକ ହେଲେ ଦିନ ବେଳା ବି ରାଜ୍ୟରେ କର୍ଫ୍ୟୁ ଲାଗିପାରେ । ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ପର୍ୟ୍ୟବେକ୍ଷକ ଗସ୍ତ କରି କୋଭିଡ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟେଷ୍ଟିଂ କେମିତି ବଢିବ ତାଉପରେ ଗୁରୁତ୍ୱ ଦିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢିଲାଣି । ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଦରକାର ପଡିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ ଲୋଡିପାରିବେ । ରିପୋର୍ଟ ପଠାଇ ସରକାରଙ୍କଠୁ ଅନୁମତି ନେଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଗତକାଲି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଡେ କର୍ଫ୍ୟୁ ଲାଗିବା ନେଇ ସଙ୍କେତ ଦେଇଥିଲେ । ଏନେଇ ସରକାର ବିଚାରବିମର୍ଶ କରୁଥିବା ସେ କହିଥିଲେ । ପରେ ସ୍ପଷ୍ଟୀକରଣରେ ସ୍ୱତନ୍ତ୍ର ରିଲିଫ କମିଶନର କହିଥିଲେ ଦିନ ବେଳା କର୍ଫ୍ୟୁ ଜାରି କରିବା ନେଇ ଏବେ ଯୋଜନା ନାହିଁ । ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ୨୪ ଘଣ୍ଟା ନପୂରୁଣୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆଶଙ୍କା ବଢିଛି ।

Leave A Reply

Your email address will not be published.