ଜୟପୁର: ରାଜସ୍ଥାନର କରୋନାର ଦ୍ୱିତୀୟ ଲହରୀ ମାରାତ୍ମକ ସାବ୍ୟସ୍ତ ହେଇଛି । ଜିନୋମ ସିକ୍ୱେସିଙ୍ଗ ରିପୋର୍ଟ ଅନୁସାରେ ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ ମିଳିଛି । ଏହି କାରଣ ଯୋଗୁ ଦ୍ରୁତ ଗତିରେ ଏହା ବ୍ୟାପିବାରେ ଲାଗିଛି । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପିଥାଏ । ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ମଧ୍ୟ ଏହା ସ୍ୱୀକାର କରିଛନ୍ତି । ୮ ଏପ୍ରିଲ ପରଠାରୁ ରାଜସ୍ଥାନରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତରେ ବଢ଼ିଥିଲା । ଏହାର ଗବେଷଣା କରାଯିବା ପରେ ଉପରୋକ୍ତ ତଥ୍ୟ ସମ୍ମୁଖକୁ ଆସିଥିଲା ।
୮/୧୦ ଦିନ ହେବ ଏଠାରେ ପ୍ରତ୍ୟେକ ଦିନ ୧୬ରୁ ୧୮ ହଜାର ନୂତନ କେସ ଆସୁଛି । ଯାହା କି ଏକ ଚିନ୍ତାର କାରଣ ବୋଲି ଶର୍ମା କହିଛନ୍ତି । ରାଜ୍ୟ ସରକାର କଟକଣା ବୃଦ୍ଧି କରିବା ଫଳରେ ଏହା ଖୁବ୍ ଶୀଘ୍ର ନିୟନ୍ତ୍ରଣକୁ ଆସିଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
Comments are closed.