Latest Odisha News

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କରୋନା ପଜିଟିଭ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋର୍ଟର ଅନ୍ୟ ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଏବେ ସୁସ୍ଥ ଅଛନ୍ତି। ତଥାପି ବିଚାରପତିଙ୍କ ନେତୃତ୍ୱରେ ଚାଲିଥିବା ଖଣ୍ଡପୀଠ ଆସନ୍ତା କିଛି ଦିନ ପାଇଁ ବନ୍ଦ ରହିବ ବୋଲି ଜଣାପଡ଼ିଛି।

କୋଭିଡ-୧୯ ସଙ୍କଟ ସମ୍ପର୍କରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଶୁଣାଣି କରୁଛି। ଆସନ୍ତାକାଲି ଏହି ଶୁଣାଣି ହେବାର ଥିଲା।

ବିଚାରପତିଙ୍କ ଅନୁପସ୍ଥିତିରେ ଶୁଣାଣି ଅନ୍ୟ ତାରିଖ ପାଇଁ ସ୍ଥଗିତ ହେବାର ସମ୍ଭାବନା ରହିଛି।

Comments are closed.