Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର ଡେଲିଭରୀ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସବୁଠୁ ଅଧିକ ହେଉଛି ସିଜରିଆନ୍ ଡେଲିଭରୀ । ବିଧାନସଭାରେ ଏଭଳି ଚିନ୍ତାଜନକ ତଥ୍ୟ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରୀ ହୋଇଥିବାବେଳେ, ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରୀ । ସେଥିରୁ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ଡେଲିଭରୀ ।

ସେହିପରି, ସରକାରୀ ହସ୍ପିଟାଲରେ ୨୦୨୨-୨୩ରେ ୬ ଲକ୍ଷ ୭୪୦ ଡେଲିଭରୀ ହୋଇଥିବାବେଳେ, ସେଥିମଧ୍ୟରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ୨୦୨୩-୨୪ରେ ୫ ଲକ୍ଷ ୯୧ ହଜାର ୧୮୫ ଡେଲିଭରୀ ହୋଇଛି । ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି ।

ଗତ ଦୁଇ ବର୍ଷ ମଧ୍ୟରେ କେତେ ଜଣ ଶିଶୁ ଡାକ୍ତରଖାନାରେ ଜନ୍ମ ନେଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କେତେଜେଣ ଘରୋଇ ଓ କେତେଜଣ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଛନ୍ତି । ମେଡିକାଲରେ ଜନ୍ମ ନେଇଥିବା ଶିଶୁଙ୍କ ମଧ୍ୟରୁ କେତେ ଜଣ ସାଧାରଣ ଭାବେ ଓ କେତେଜଣ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ହୋଇଛନ୍ତି, ଏହାର ତଥ୍ୟ ମାଗିଥିଲେ ବିଧାୟକ । ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ଦୁଇ ବର୍ଷର ଉପରୋକ୍ତ ତଥ୍ୟ ଦେଇଛନ୍ତି ।

Leave A Reply

Your email address will not be published.