Latest Odisha News

BREAKING NEWS

ବଦଳିବ ହେଲଥ କାର୍ଡର ଲୋଗୋ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ହେଲଥ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏବେ ହେଲଥ କାର୍ଡର ଲୋଗରେ ପରିବର୍ତ୍ତନ କରାଯିବ । ଏହା ସହ ଖୁବଶୀଘ୍ର ୩.୫ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବ । ଏଥିପାଇଁ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକିୟା ।

ଏହା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆହୁରି ଏକ ସୂଚନା ଦେଇଛନ୍ତି ଯେ,ଖୁବ୍‌ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ଯେଉଁଥିରେ ଆଉ ରୋଗୀଙ୍କୁ ପ୍ରେସକ୍ରିପସନ ଧରି ବୁଲିବାକୁ ପଡିବନି । ଗୋଟିଏ କାର୍ଡ଼ରେ ହିଁ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ ।

ତେବେ ଏହି କାର୍ଡ ପାଇଁ ଅନଲାଇନରେ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ସରକାର ଯୋଜନା କରୁଥିବା ମନ୍ତ୍ରୀ କହିଛନ୍ତି ।

Comments are closed.