Latest Odisha News

BREAKING NEWS

ରାଜ୍ୟରେ ଏବେ କେତେ ଡାକ୍ତର ଅଛନ୍ତି ବିଧାନସଭାରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପାଖାପାଖି ୩ ହଜାର ଡାକ୍ତର ପଦବି ଖାଲି ପଡ଼ିଛି। ପଦବି ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ଉତ୍ତରରେ ଏହି ସୂଚନା ଜଣାପଡ଼ିଛି।

ଓଡ଼ିଶାରେ ମୋଟ ୧୦ ହଜାର ୭୭୪ ଡାକ୍ତର ପଦବି ରହିଥିବା ବେଳେ ବର୍ତ୍ତମାନ ୭ ହଜାର ୧୮୦ ସରକାରୀ ଅନୁଦାନପ୍ରାପ୍ତ ଡାକ୍ତର ଅଛନ୍ତି। କାର୍ଯ୍ୟରତ ଅଛନ୍ତି। ଚୁକ୍ତିଭିତ୍ତିକ ଓ ଅନ୍ୟ ପଦବିକୁ ମିଶାଇଲେ ମୋଟ ୮ ହଜାର ୨୧୩ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୋମବାର ବିଧାନସଭା ଶୂନ୍ୟକାଳରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ଭଦ୍ରକରେ ମୋଟ ୨୬୫ ଡାକ୍ତର ପଦବୀ ମଧ୍ୟରୁ ୧୧୬ ଜଣ ଡାକ୍ତର ଅଛନ୍ତି। ଖାଲି ଥିବା ପଦବୀରେ ଓପିଏସସି ଦ୍ଵାରା ଚୟନ ନେଇ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.