Latest Odisha News

BREAKING NEWS

ଚତୁର୍ଥ ଟେଷ୍ଟ ଡ୍ର: ଭାରତ ୨-୧ରେ ଜିତିଲା ସିରିଜ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ଏଥିସହ ଭାରତ ୨-୧ରେ ସିରିଜ ଜିତିନେଇଛି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୪ଟି ଘରୋଇ ଟେଷ୍ଟ ସିରିଜ ଜିତିବାରେ ଭାରତ ପ୍ରଥମ ଟିମ ହୋଇଛି । ଏହା ବ୍ୟତୀତ ଷଷ୍ଠ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ହାତେଇଛି । ୨୦୦୪ରେ ଭାରତ ଘରୋଇ ପରିବେଶରେ ପରାଜିତ ହୋଇଥିଲା ।

ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ ରନ ଜବାବରେ ଭାରତ ୫୭୧ ରନ କରିଥିଲା । ବିରାଟ କୋହଲି ଓ ଶୁଭମନ ଗିଲଙ୍କ ଶତକ ବଳରେ ଟିମ ଇଣ୍ଡିଆ ୯୧ ରନର ଅଗ୍ରଣୀ ହାସଲ କରି ନେଇଥିଲା । ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ୨ ୱିକେଟ ବିନିମୟରେ ୧୭୫ ରନ କରି ଇନିଂସ ଘୋଷଣା କରିଥିଲା । ଟ୍ରେଭିସ ହେଡ ୯୦ ରନ କରି ଆଉଟ ହୋଇଥିବା ବେଳେ ମାର୍ନସ ଲାବୁସେନ ୬୩ ରନ କରି ଅପରାଜିତ ରହିଥିଲା ।

ମ୍ୟାଚ ଫଳାଫଳ ବାହାରିବା ସମ୍ଭବ ନ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୁଇ ଅଧିନାୟକଙ୍କ ସହମତି କ୍ରମେ ଏହାକୁ ବନ୍ଦ କରାଯିବା ସହ ଡ୍ର ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ଶ୍ରୀଲଙ୍କାକୁ ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପରାସ୍ତ କରିବା ଫଳରେ ଭାରତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ଓ ରବୀନ୍ଦ୍ର ଜାଡେଜା ଯୁଗ୍ମ ଭାବେ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି ।

Leave A Reply

Your email address will not be published.