ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରିବା ପାଇଁ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୮୬,୯୦୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୪.୩ ପ୍ରତିଶତ ପଜିଟିଭ କେସ୍ ରହିଛି ।
ଏହାଛଡା ଗତ ୫ ଦିନ ରିପୋର୍ଟ ଅନୁଯାୟୀ, ଦୈନିକ ହାରାହାରି ୧୫ ହଜାର ନମୁନା ପରୀକ୍ଷା କରାଯାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ସେହିପରି କରୋନାର ମୁକାବିଲା ପାଇଁ ଏବେ ଦେଶରେ ୬୦୧ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଥିବା ବେଳେ ଏକ ଲକ୍ଷ ୫ ହଜାର ଶର୍ୟ୍ୟା ପ୍ରସ୍ତୁତ ହୋଇ ରହିଛି । ରୋଗୀ ସଂଖ୍ୟା ବଢିବା ସହ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ମଧ୍ୟ ବଢାଯାଉଛି।
ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୯୦୯ଟି ନୂଆ କେସ୍ ସାମ୍ନାକୁ ଆସିଛି। ଏ ପର୍ୟ୍ୟନ୍ତ ସଂକ୍ରମଣରେ ପୂରା ଦେଶରେ ୨୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ ସୁସ୍ଥ ହୋଇ ଫେରି ଥିବା ବେଳେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ।
BREAKING NEWS
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!
- ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ
- Odisha Inflation: ଦେଶରେ କମ୍, ରାଜ୍ୟରେ ଅଧିକ; ପକେଟକୁ ଭାରୀ ବାଧୁଛି…ଓଡିଶା ରୋଷେଇ ଘରକୁ ମହଙ୍ଗା ଚଡକ…
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?

Comments are closed.