Latest Odisha News

BREAKING NEWS

ଗଞ୍ଜାମରେ କରୋନା ଆରୋଗ୍ୟଙ୍କ ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଗଞ୍ଜାମ: କୋଭିଡ୍ ମୁକିବାଲ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କର ପୁଣି ଥରେ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଆସନ୍ତାକାଲିଠୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କରୋନା ସଂକ୍ରମିତଙ୍କ ଆରମ୍ବ ହେବ ସ୍ୱାସ୍ଥ୍‌୍ୟ ପରୀକ୍ଷା । ଡାକ୍ତରୀ ଟିମ୍ ଲୋକଙ୍କ ପାଖକୁ ଯାଇ ସ୍କ୍ରିନିଂ କରିବେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଚିକିତ୍ସା କରାଯିବ ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ହୋଇଛନ୍ତି ୧୫ ହଜାର ୪୯୮ ଜଣ । ସୁସ୍ଥ ହେଲେଣି ୧୩ ହଜାର ୮୪ ଆକ୍ରାନ୍ତ ।

Leave A Reply

Your email address will not be published.