Latest Odisha News

BREAKING NEWS

ରାଜ୍ୟରେ କୋଭିଡ୍ ମୃତ୍ୟୁଠାରୁ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ କମିଛି ମୃତ୍ୟୁ ସଂଖ୍ୟା । ଲକଡାଉନ୍ ଓ ସଟଡାଉନ୍ ହେବାରୁ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ପାଖାପାଖି ୫୦ ପ୍ରତିଶତ କମିଛି । କିନ୍ତୁ କୋଭିଡ୍ ଅପେକ୍ଷା ରାଜ୍ୟରେ ଅଧିକ ଲୋକଙ୍କ ଜୀବନ ଦୁର୍ଘଟଣାରେ ଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଚଳିତବର୍ଷ ଏପ୍ରିଲ, ମେ ଓ ଜୁନରେ ରାଜ୍ୟରେ ୧୫ ଶହ ୨୭ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୭୦୯ ଜଣଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ଏହି ତିନି ମାସରେ ୨୭ ଶହ ୪୪ଟି ଦୁର୍ଘଟଣାରେ ୧୪ ଶହ ୩୩ ଜୀବନ ଯାଇଥିଲା ।

ମାର୍ଚ୍ଚ ମାସରେ ରାଜ୍ୟରେ ପ୍ରଥମ କରୋନା କେସ୍ ସାମନାକୁ ଆସିଥିଲା । ଏହାରି ଭିତରେ ମହାମାରୀ ୩୭୨ ଜୀବନ ନେଇଛି । ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡିଦେଲେ ସଡକ ସୁରକ୍ଷା ନିୟମକୁ ପୁଣି ଥରେ କଡାକଡି ଭାବେ ଲାଗୁ କରାଯାଇଛି । ଆଗକୁ ମଧ୍ୟ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.