Latest Odisha News

BREAKING NEWS

ଧୂମପାନ ଅଭ୍ୟାସ ଅଛି କି ? ଅଧିକ ମୋବାଇଲ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ

ଆଜିକାଲି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ବିନା ଚଳି ପାରନ୍ତି ନାହିଁ। ଏକ ରିପୋର୍ଟ ଅନୁସାରେ ଅଧିକ ମୋବାଇଲ ଫୋନ ବ୍ୟବହାର କରୁଥିଲେ ହୃଦରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ସମାନ ନୁହେଁ। ଏକ ନୂଆ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ଯେଉଁମାନଙ୍କର ଧୂମପାନ କରିବାର ଅଭ୍ୟାସ ରହିଥାଏ, ସେମାନଙ୍କ କ୍ଷେତ୍ରରେ ମୋବାଇଲ ଫୋନ ବ୍ୟବହାର କଲେ ହୃଦରୋଗର ଆଶଙ୍କା ବଢ଼ାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସେହିପରି ଯେଉଁମାନେ ମଧୁମେହରେ ଆକ୍ରାନ୍ତ, ସେମାନଙ୍କ କ୍ଷେତ୍ରରେ ମଧ୍ୟ ମୋବାଇଲ ଫୋନ ବ୍ୟବହାର କଲେ ହୃଦରୋଗର ଆଶଙ୍କା ବଢ଼ାଇଥାଏ। କାନାଡ଼ାରେ ହୃଦରୋଗ ସମ୍ବନ୍ଧୀୟ ଏକ ଅଧ୍ୟୟନ କରାଯାଇଛି। କାନାଡ଼ାର ଜର୍ନାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଅଧ୍ୟୟନ ପାଇଁ ବ୍ରିଟେନର ବାୟୋ ବ୍ୟାଙ୍କରୁ ୪ ଲକ୍ଷ ୪୪ ହଜାର ୨୭ ଜଣ ଲୋକଙ୍କ ତଥ୍ୟ ସଂଗ୍ରହ କରି ଅଧ୍ୟୟନ କରିଥିଲେ । ଏମାନଙ୍କଠାରେ ପୂର୍ବରୁ ହୃଦରୋଗର କୌଣସି ଲକ୍ଷଣ ନଥିଲା।

ଏପରିକି ଏମାନଙ୍କ ପୂର୍ବ ଜେନେରେସନରେ ମଧ୍ୟ କେହି ହୃଦ୍‌ରୋଗର ଶିକାର ହୋଇ ନଥିଲେ । କିନ୍ତୁ ୨୦୦୬ ରୁ ୨୦୧୦ ମଧ୍ୟରେ ଏହି ଲୋକମାନେ ମାତ୍ରାଧିକ ମୋବାଇଲ ଫୋନ ବ୍ୟବହାର କରିଥିଲେ । ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମଧୁମେହ ଏବଂ ଧୂମପାନ ଅଭ୍ୟାସ ଥିଲା ସେମାନଙ୍କଠାରେ ପରବର୍ତ୍ତୀ ସମୟରେ ହୃଦରୋଗ ଦେଖାଦେଇଥିଲା। ବର୍ତ୍ତମାନ ଆଧୁନିକ ସମାଜରେ ସବୁଆଡ଼େ ମୋବାଇଲ ଫୋନର ବହୁଳ ବ୍ୟବହାର ହେଉଛି। କିନ୍ତୁ ସ୍ଵାସ୍ଥ୍ୟ ଉପରେ ଏହାର କେତେ କୁପ୍ରଭାବ ରହିଛି ତାହା ମଧ୍ୟ ଜାଣିବା ଉଚିତ।

ମୋବାଇଲ ଫୋନରୁ ନିର୍ଗତ ହେଉଥିବା ରେଡିଓ-ଫ୍ରିକ୍ୱେନ୍ସି ଇଲେକ୍‌ଟ୍ରୋମ୍ୟାଗନେଟିକ୍‌ ଫିଲ୍ଡସ ଶରୀରରେ ହାଇପୋଥାଲାମିକ୍‌-ପିଟ୍ୟୁଟାରୀ-ଅଡ୍ରେନାଲ ଆକ୍ସିସ, ଇନଫ୍ଲାମେଟୋରୀ ରେସପନ୍ସ ଏବଂ ଷ୍ଟ୍ରେସକୁ ଅନିୟନ୍ତ୍ରିତ କରିଥାଏ । ଯାହାଦ୍ଵାରା ହୃତପିଣ୍ଡ ଏବଂ ଧମନୀରେ ରକ୍ତ ସଞ୍ଚାଳନ ବହୁ ମାତ୍ରାରେ ପ୍ରଭାବିତ ‌ହୋଇଥାଏ ।

 

Comments are closed.