Latest Odisha News

BREAKING NEWS

ନିୟମିତ ଏକ ଚାମଚ ମହୁ ଦୂର କରେ ମେଦବହୁଳତା ସମସ୍ୟା

ଆପଣଙ୍କ ଓଜନ ବଢିଯାଇଛି କି? ଏଥିପାଇଁ ଆପଣ ଖୁବ ଚିନ୍ତିତ! ତେବେ ଏହି ଚିନ୍ତା ଆପଣଙ୍କ ମଟାପଣର କାରଣ ହୋଇପାରେ। ଏହା ଆମେ ନୁହେଁ ହେଲଥ୍ ଏକ୍ସପର୍ଟସ କୁହନ୍ତି। ତେବେ ଆପଣ ଓଜନ ହ୍ରାସ କରିବାକୁ ଯେକୌଣସି ଉପାୟ ଆପଣାନ୍ତୁ ନା କାହିଁକି ପ୍ରଥମେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ। ଓଜନ ହ୍ରାସ ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। ତେବେ ଆପଣ ଜାଣନ୍ତି କି ମହୁ ଆପଣଙ୍କ ମେଦବହୁଳତା ସମସ୍ୟାକୁ ଦୂର କରେ।

ମେଦବହୁଳତା ଅର୍ଥାତ୍ ଓଜନ ବଢିଯିବା। ଓଜନ ହ୍ରାସ କରିବାକୁ ହେଲେ ଆପଣଙ୍କୁ ଗରମ ପାଣିରେ ଲେମ୍ବୁ ଏବଂ ମହୁ ପକାଇ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ଆପଣ ବ୍ୟାୟାମ କରିବା ପରେ ପିଇ ପାରିବେ। ଏହା ବ୍ୟତୀତ ଗରମ କ୍ଷୀରରେ ଏକ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହି ମିଶ୍ରଣ ଆପଣଙ୍କ ବର୍ଦ୍ଧିତ ଓଜନକୁ ନିୟନ୍ତ୍ରଣ କରିବ।

ଯଦି ଆପଣ ଖାଲି ପେଟରେ ଏକ ଗ୍ଲାସ ପାଣିରେ ମହୁ ମିଶାଇ ପିଅନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ। ମହୁ ଏବଂ ଚିନାବାଦାମର ବ୍ୟବହାର ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଆପଣ ପାଣି ଗରମ କରି ସେଥିରେ ଚିନାବାଦାମ ପାଉଡର ମିଶାନ୍ତୁ । ଏହି ପାଣି ଫୁଟିବା ପରେ ଏହାକୁ ଛାଣି ଏକ କପରେ ରଖନ୍ତୁ। ଏବେ ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ଏହାକୁ ସେବନ କରନ୍ତୁ। ଏଠାରେ ଆମେ କହିରଖୁଛୁ ଯେ ମହୁକୁ ଅଧିକ ଖାଇବା ଉଚିତ୍ ନୁହେଁ। କେବଳ ସୀମିତ ପରିମାଣରେ ମହୁ ବ୍ୟବହାର କରନ୍ତୁ।

Leave A Reply

Your email address will not be published.