Latest Odisha News

BREAKING NEWS

ପିଏଫଆଇ ପରେ ଆରଏସଏସକୁ ବ୍ୟାନ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାରୁ ଫୁଲହାରୀ ସରିଫ ଆତଙ୍କୀ ମଡ୍ୟୁଲ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାପରେ ଧୀରେ ଧୀରେ ତଦନ୍ତ ହେବାରୁ ଫୁଲୱାରୀ ସରିଫର ମିଶନ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା ଥିବା ସାମ୍ନାକୁ ଆସିଥିଲା। ସେହିପରି ୧୨ ଜୁଲାଇରେ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ସମୟରେ ଆକ୍ରମଣ ଯୋଜନା କରାଯାଇଥିଲା। ଏହାପରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ପିଏଫ୍ଆଇକୁ ୫ ବର୍ଷ ପାଇଁ ବ୍ୟାନ କରିଛି। ଯାହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଉ ଯେପରି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)କୁ ବ୍ୟାନ କରାଯାଇଛି ସମାନ ଭାବେ ଆରଏସଏସକୁ ବ୍ୟାନ କରିବା ଦରକାର ବୋଲି ଦାବି ଉଠିଛି। ଯାହାକୁ ଶାସକ ଦଳ ବିଜେପି ବିଚାରଧାରାର ପ୍ରୟୋଗଶାଳା  ବୋଲି କୁହାଯାଏ।

ଦେଶରେ ପାଞ୍ଚ ବର୍ଷ ପାଇଁ ପିଏଫଆଇକୁ ବ୍ୟାନ କରିବା ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବୁଧବାର କହିଛନ୍ତି, ପିଏଫ୍ଆଇ ଭଳି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। ଏହାପୂର୍ବରୁ କିନ୍ତୁ ପ୍ରଥମେ ଆରଏସଏସକୁ ବ୍ୟାନ କରାଯିବା ଉଚିତ। ଆରଏସଏସ ମୁସଲମାନ ସଂଗଠନଗୁଡ଼ିକୁ ଟାର୍ଗେଟ କରୁଛି ଏବଂ ପ୍ରତ୍ୟେକ ପ୍ରସଙ୍ଗକୁ ହିନ୍ଦୁ-ମୁସଲମାନ ସହ ଯୋଡ଼ନ୍ତି ବୋଲି ସେ କହିଛନ୍ତି।

ସେହିପରି କେରଳର କଂଗ୍ରେସ ସାଂସଦ କେ ସୁରେଶ ଆରଏସଏସକୁ ପିଏଫଆଇ ସହିତ ତୁଳନା କରିଛନ୍ତି । ଏବଂ ହିନ୍ଦୁ ସାମ୍ପ୍ରଦାୟିକତାକୁ ଅଧିକ ଜୋର ଦେଉଥିବାରୁ ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେ ଦାବି କରିଛନ୍ତି। କେବଳ ପିଏଫଆଉ କାହିଁକି? ଆରଏସଏସ ମଧ୍ୟ ଅଧିକାଂଶ ସାମ୍ପ୍ରଦାୟିକତା କରୁଛି। ତେଣୁ ଏହି ସଂଗଠନ ମଧ୍ୟ ବ୍ଯାନ ହେବା ଉଚିତ।

ମିଡିଆ ରିପୋର୍ଟ ଅନୁଯାୟୀ, ୧୯୨୫ ମସିହାରେ ଆରଏସଏସ ତିଆରି ହୋଇଥିଲା। ପ୍ରଥମ ‘ସାଂସ୍କୃତିକ’ ସଂଗଠନ ବୋଲି ଦାବି କରୁଥିବା ଆରଏସଏସ ୧୯୪୮, ୧୯୭୫ ଏବଂ ୧୯୯୨ ରେ ତିନିଥର ବ୍ୟାନ ହୋଇଥିଲା।

Leave A Reply

Your email address will not be published.