Latest Odisha News

BREAKING NEWS

ସ୍କୁଟି ଉପରେ ରୋଗୀ ସେବା ଘଟଣା, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆପଡା : ଖଡିଆଳ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ହୋମିଓ ପ୍ୟାଥି ଡାକ୍ତର ସିଦ୍ଧାର୍ଥ ମହାପାତ୍ର ପରିଷଦ କାର୍ଯ୍ୟାଳୟ ପରିସର ରେ ସ୍କୁଟି ଉପରେ ରୋଗୀ ସେବା କରୁଥିଲେ । ରୋଗୀ ସେବା ପାଇଁ ପରିଷଦ ପକ୍ଷରୁ ଡାକ୍ତରଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ପରିଷଦ ର ଅଧକ୍ଷ ଉଜ୍ଜଳ ଗୁପ୍ତା ଖବରକୁ ମିଥ୍ୟା ବୋଲି ପ୍ରକାଶ କରିବା ସହ ଖବର ରେ ଆସିବା ପାଇଁ କିଛି ଗଣମାଧ୍ୟମ କୁ ନେଇ ଡାକ୍ତର ନାଟକ ରଚିଥିବା ପ୍ରକାଶ କରିଛନ୍ତି। ଡାକ୍ତରଙ୍କ ରୋଗୀ ସେବା ପାଇଁ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ରେ ଅନେକ କୋଠରୀ ଅଛି। ଯାହା ସେ ରୋଗୀ ସେବା ପାଇଁ ବ୍ୟବହାର କରିପାରି ଥାନ୍ତେ।

ହି ଘଟଣା କୁ ନେଇ ଡାକ୍ତରଙ୍କୁ କାରଣ ଦର୍ଶାଅ ବୋଲି ନୋଟିସ ଜାରି କରାଯାଇଛି। ସୂଚନା ଅନୁସାରେ ଡାକ୍ତର ଖଡିଆଳ ରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ବେଳେ ଗତ ଜୁଲାଇ ମାସରେ ଜିଲ୍ଲାର ଖରୀଆର  ରୋଡ କୁ ବଦଳି ହୋଇଥିଲେ। ବଦଳି ପରେ ବିଜ୍ଞାପିତ ପରିଷଦ ଡାକ୍ତର ରୋଗୀ ସେବା କରୁଥିବା କେବିନ୍କୁ ଅନ୍ୟକୁ ଲିଜ ଦେଇ ଦେଇ ଥିଲେ  । ଗତ ୧ ତାରିଖ ରେ ପୁଣି ଖଡ଼ିଆଳକୁ ଡାକ୍ତରଙ୍କ ବଦଳି ହୋଇଯାଇଥିଲା । ଡାକ୍ତରଙ୍କ ରୋଗୀ ସେବା ପାଇଁ ପରିଷଦର ସମ୍ମୁଖ ରେ ଥିବା ପୁରାତନ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠରୀ ବ୍ୟବସ୍ଥା କରାଯିବା ସହ ସେହି ସ୍ଥାନ ରେ ଚାଲିଥିବା ନୂତନ କୋଠରୀ ସମ୍ପୂର୍ଣ୍ଣ ପରେ ଚିକିତ୍ସା ହେବା ପାଇଁ ଡାକ୍ତରଙ୍କ ସହ ପରିଷଦ ଅଧ୍ୟକ୍ଷଙ୍କ ଆଲୋଚନା ହୋଇଥିଲା।

କିନ୍ତୁ  କିଛି ଗଣ ମାଧ୍ୟମରେ ଡାକ୍ତରଙ୍କ ରୋଗୀ ସେବା ଉପରେ ଖବର ପ୍ରକାଶ ପାଇବା ପରେ ଏହାକୁ ଡାକ୍ତର ଙ୍କ ନାଟକ ବୋଲି ପରିଷଦ ଅଧକ୍ଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ଏହି ଖବରକୁ ନେଇ ଡାକ୍ତର ପରିଷଦ ଅଧକ୍ଷଙ୍କ ସହ ଆଲୋଚନା ହୋଇଥିବା ପ୍ରକାଶ କରିବା ସହ ସେ ନିଜ ରୋଗୀଙ୍କୁ ଚିକିତ୍ସା କରୁଥିଲେ କିଏ କଣ କରିଛି ସେ ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.