Latest Odisha News

ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, କାଲିଠୁ ପ୍ରଶିକ୍ଷଣ ନେବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ଖୁବଶୀଘ୍ର ୨ରୁ ୧୮ ବର୍ଷ ଶିଶୁଙ୍କୁ ଦିଆଯିବ କରୋନା ଟିକା । ଏନେଇ ତତ୍ପରତା ଦେଖାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ । ରାଜ୍ୟରେ ୨ରୁ ୧୮ ବର୍ଷର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ସେମାନଙ୍କ ଟିକାକରଣ ପାଇଁ ଟିକାଦାନ କେନ୍ଦ୍ର ବୃଦ୍ଧି ସହ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଶିଶୁଙ୍କୁ କୋଭାକ୍ସିନ ଓ ଜାଇକୋଭ-ଡି ଟିକା ଦେବାକୁ ଅନୁମତି ମିଳିଛି ।

କୋଭାକ୍ସିନର ଦୁଇଟି ଡୋଜ୍ ଥିବା ବେଳେ, ଜାଇକୋଭ -ଡି ଟିକା ୩ଟି ଡୋଜ୍ ନେବାକୁ ପଡିବ । କୋଭାକ୍ସିନ ପ୍ରଥମ ଡୋଜର ୪ ସପ୍ତାହ ପରେ ଦିଆଯିବ ଦ୍ବିତୀୟ ଡୋଜ୍ । ଅ୍ୟପଟେ ଦେଶରେ ଚିହ୍ନଟ ହେଲେଣି ମହାମାରୀ କରୋନାର ନୂଆ ଭୂତାଣୁ । ଏଭଳି ଭୂତାଣୁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । କୋଭିଡ ନିୟମ ମାନିଲେ, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଏଡାଇ ଦିଆଯାଇ ପିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦୋକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.