Latest Odisha News

BREAKING NEWS

ଅକ୍ଟୋବର ୩୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ ଖାନ୍

ମମ୍ବାଇ : ଡ୍ରଗ୍ସ ଲିଙ୍କ ମାମଲାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏନସିବିର ସ୍କାନରରେ ପୂରା ବଲିଉଡ୍ । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁର ଆର୍ଯ୍ୟନ ଖାନଙ୍କୁ ପୁଣି ନିରାଶ ହେବାକୁ ପଡିଛି । ବମ୍ବେ ହାଇକୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି ହେବାକୁ ଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । ଆସନ୍ତା ୨୬ରେ ଜାମିନ ଆବେଦନର ଶୁଣାଣି ହେବ । ତେବେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ ବିଚାର ବିଭାଗୀୟ ହାଜତ ଅବଧିକୁ ବଢ଼ାଇ ଦିଆଯାଇଛି । ଅର୍ଥାତ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ ।

ଜାମିନ ଖାରଜ ହେବା ପରେ ଆର୍ଯ୍ୟନଙ୍କୁ ଆର୍ଥର ରୋଡ ଜେଲରେ ଭେଟିଥିଲେ ଶାହରୁଖ୍ ଖାନ । ୨୬ ତାରିଖରେ ହାଇକୋର୍ଟରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ, ହ୍ବାଟସଆପରୁ ଏନସବି ପାଇଥିବା ତଥ୍ୟ ଦର୍ଶାଇ ଯୁକ୍ତି ବାଢ଼ିବ । ଗତ ୨ ତାରିଖରେ କ୍ରୁଜ ଜାହାଜରେ ରେଡ୍ ବେଳେ ଏନସିବି କିଛି ନିଶା ଦ୍ରବ୍ୟ ସହ ଆର୍ଯ୍ୟନଙ୍କ ମୋବାଇଲ ଜବତ କରିଥିଲା । ସେପଟେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ସୁରକ୍ଷା ନେଇ ତାଙ୍କ ବାପା ସନ୍ଦେହ ପ୍ରକାଶ କରିଛନ୍ତି । ସେହିପରି ଆଜି ଶାହାରୁଖଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା । ଆର୍ଯ୍ୟନଙ୍କର ଯଦି କିଛି ଦ୍ରବ୍ୟ ମିଳେ, ସେନେଇ ଏନସିବିରେ ଦାଖଲ କରିବାକୁ କୁହାଯାଇଛି । ଏହାସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ଏନସିବି ।

Leave A Reply

Your email address will not be published.