Latest Odisha News

ଏକୋଇଶିଆ ପୂର୍ବ ଦିନ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କଲା ବାପ

ବାଲେଶ୍ୱର: ଜନ୍ମକଲା ବାପ ସାଜିଲା ଜହ୍ଲାଦ! ଏକୋଇଶିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କରିଛି  ବାପ। ନୀଳଗିରି ସିଙ୍ଗିରିର ଏହି ଘଟଣା ଏବେ ସାରା ରାଜ୍ଯରେ ଚର୍ଚ୍ଚର ବିଷୟ ପାଲଟିଛି। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗତ ୯ ତାରିଖ ଦିନ ବାଲେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତନ୍ମୟା ଜଣେ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ସେଠାରେ ୭ ଦିନ ରହିବା ପରେ ଝିଅକୁ ନେଇ ବାପଘରକୁ ଆସିଥିଲେ।

ଅଭିଯୁକ୍ତ ବାପ ଚନ୍ଦନ ମହାର୍ଣ୍ଣା ଗତବର୍ଷ ନୀଳଗିରି ବ୍ଲକ୍‌ ସିଙ୍ଗିରୀ ଗ୍ରାମର ତନ୍ମୟା ସିଂହଙ୍କୁ ବିବାହ କରିଥିଲେ। ମାତ୍ର ୨୦ ଦିନ ତଳେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତନ୍ମୟୀଙ୍କ ବାପା ମା’ ଏହି ସୂଚନା ଦେଇଛନ୍ତି।

ତନ୍ମୟଙ୍କ ବାପା ଭାଗିରଥୀ ସିଂହ କହିଛନ୍ତି, ମୋ ଜ୍ୱାଇଁ ପିଲା ପାଖରେ ଥିବା ବେଳେ ସେ କୀଟନାଶକ ବିଷ ଦେଇଥିଲେ। ଶିଶୁଟିର କାନ୍ଦ ଶୁଣି ମୋ ଝିଅ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଶିଶୁର ହାତରେ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ବସିଥିବା ଜ୍ୱାଇଁ ଚନ୍ଦନର ହାତରେ ମଧ୍ୟ ରକ୍ତ ଲାଗିଥିଲା। ପ୍ରଥମେ ସେ କିଛି ଭୁଲ୍ କରିନଥିବା କହିଥିଲେ, କିନ୍ତୁ ପରେ ସେ ଏକ ସିରିଞ୍ଜରେ ବିଷ ଇଞ୍ଜେକ୍ସନ ଦେଇଥିବା ସ୍ୱୀକାର କରିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏଵେ ମୃତ୍ୟୁ ସହ ସଂଗ୍ରାମ କରୁଛି କୁନି ଶିଶୁ। ନବଜାତ ଶିଶୁଟିର ୨୧ ତମ ଦିନର ରୀତିନୀତି ପାଳନ କରିବା ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଏ ନେଇ ଝିଅର ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି।

ଚନ୍ଦନ ପୁତ୍ର ସନ୍ତାନ ଚାହୁଁଥିଲେ କିନ୍ତୁ କନ୍ୟା ସନ୍ତାନ ହୋଇଥିଲା ବୋଲି ଘଟଣାରେ ତଦନ୍ତ କରି ଥାନା ଏଏସ୍‌ଆଇ ଉତ୍ତମ ସିଂ ସୂଚନା ଦେଇଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନ ଘରେ ରଖିଥିବା ଭିଟା ଗୋଲ୍‌ଡ ନାମକ ଏକ କୀଟନାଶକ ଔଷଧକୁ ମିତ୍ରପୁର ବଜାରରୁ ଏକ ଔଷଧ ଦୋକାନରୁ ସିରିଞ୍ଜ କିଣି ନେଇ ଶ୍ବଶୁରଘରକୁ ଆସିଥିଲେ।

Leave A Reply

Your email address will not be published.