Latest Odisha News

BREAKING NEWS

ରଥଯାତ୍ରା ପୂର୍ବରୁ ପୁରୀରେ ଆକାଶଛୁଆଁ ହେଲାଣି ହୋଟେଲ ରୁମ ବୁକିଂ ଦର

ଭୁବନେଶ୍ୱର: ଜୁନ୍ ୪ରେ ହେବାକୁ ଥିବା ସ୍ନାନଯାତ୍ରା ଏବଂ ପରେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଗ୍ରାଣ୍ଡ୍ ରୋଡ୍ ପାର୍ଶ୍ୱରେ ହେଉଥିବା ଏହି ଭବ୍ୟ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ତେବେ ଏହା ପୂର୍ବରୁ ବିଶେଷ କରି ଗ୍ରାଣ୍ଡ୍ ରୋଡରେ ହୋଟେଲ୍ ରୁମ୍ ମୂଲ୍ୟରେ ଅହେତୁକ ବୃଦ୍ଧି ପର୍ଯ୍ଯଟକଙ୍କ ଚିନ୍ତା ବଢ଼ାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂର୍ବରୁ ଯେଉଁ ରୁମ୍ଗୁଡ଼ିକର ମୂଲ୍ୟ ୧୨୦୦ରୁ ୨୦୦୦ ଟଙ୍କା ମଧ୍ୟରେ ଥିଲା, ଏବେ ତାହାକୁ ୧୦ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏଥିରୁ ଜଣାପଡୁଛି ଯେ ଦର ନିର୍ଦ୍ଧାରଣର କୌଣସି ସୀମା ନାହିଁ, ହୋଟେଲ ମାଲିକମାନେ ମନଇଚ୍ଛା ଦର ଧାର୍ଯ୍ୟ କରୁଛନ୍ତି।

ଜଣେ ପର୍ଯ୍ଯଟକ କହିଛନ୍ତି ଯେ ଗତ ବର୍ଷ ଗ୍ରାଣ୍ଡ ରୋଡରେ ରୁମ୍ ବୁକିଂ କରିପାରିନଥିଲେ। ଏପରିକି ଅନଲାଇନ୍ ବୁକିଂ ମଧ୍ୟ ହୋଇପାରି ନଥିଲା। ରଥଯାତ୍ରାରେ ଆଶା କରାଯାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ରୁମ୍ ବୁକିଂ କରିପାରିବେ କି ନାହିଁ ସୁନିଶ୍ଚିତ ନାହାନ୍ତି। ଅନ୍ୟପଟେ ହୋଟେଲ ମାଲିକଙ୍କ ମନଇଚ୍ଛା ଦର ବୃଦ୍ଧିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ କହିଛନ୍ତି, ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ହୋଟେଲ ବୁକିଂ ପ୍ରକ୍ରିୟାରେ ମଧ୍ୟସ୍ଥିଙ୍କ ଦ୍ୱାରା ହଇରାଣର ଶିକାର ନହୁଅନ୍ତି ସେଥିପାଇଁ ହୋଟେଲ ଆସୋସିଏସନ ସହ ବୈଠକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ହୋଟେଲ ମାଲିକଙ୍କ ଉପରେ ଯେଭଳି ବୋଝ ନପଡ଼େ ସେଭଳି ଭାବେ ହୋଟେଲ ରୁମ୍ ଦର ଧାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୁରୀର ଜଣେ ହୋଟେଲ ମାଲିକ ଗିରିଶ ନାୟକ।

ଘରୋଇ ହୋଟେଲ ବ୍ୟତିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ମଧ୍ୟ ରମ୍ ରହିଛି। ଯଦିଓ ଏହି ରୁମଗୁଡିକ ସାଧାରଣ ଦର ପ୍ରଦାନ କରେ ହେଲେ ସେଗୁଡିକ ମଧ୍ୟରୁ ଅଧିକାଂଶ ଭିଆଇପିଙ୍କ ପାଇଁ ସଂରକ୍ଷିତ। ସାଧାରଣ ଭକ୍ତମାନଙ୍କ ପାଇଁ ଅଳ୍ପ କିଛି ରହିଥାଏ।

Leave A Reply

Your email address will not be published.