Latest Odisha News

BREAKING NEWS

ଜେଜେମା’ଙ୍କୁ ପଛରେ ବସାଇ ଦ୍ରୁତ ଗତିରେ ବାଇକ୍ ଚଲାଇଲା ନାବାଳକ, ଲୋକେ ଦେଖି ଭୟଭୀତ

ଛୋଟ ପିଲା ବା ୧୮ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡ଼ି ଚଲାଇବା ଅନୁମତି ନାହିଁ । ଯଦି କୌଣସି ନାବାଳକ ଗାଡ଼ି ଚଲାଉଥିବା ଧରାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ଏଥିସହ ଅଭିଭାବକମାନଙ୍କୁ ଗିରଫ ମଧ୍ୟ କରାଯିବାର ପ୍ରାବଧାନ ରହିଛି । ହେଲେ ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ଛୋଟ ପିଲା ଏକ ବାଇକ୍ ପଛରେ ତାଙ୍କ ଜେଜେମାଆଙ୍କୁ ବସାଇ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ୧୦ ବର୍ଷର ଜଣେ ନାବାଳକ ମୋପେଡ୍ ଚଲାଉଛିି । ପଛ ସିଟ୍‌ରେ ସେ ତାର ଜେଜେମା’ଙ୍କୁ ବସାଇଛିି । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକମାନେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ଯଦି ଗାଡ଼ି ଧୀରେ ଚଲାଇବାକୁ କୌଣସି ଲୋକ କହିଲେ ପିଲାଟି ଆହୁରି ଜୋରରେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଛି ।
ଏହି ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଯେଉଁ ବୟସରେ ଗାଡ଼ି ପଛରେ ବସିବାକଥା ସେହି ବୟସରେ ଗାଡ଼ି ଚଲାଇବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.