Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୮୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୧୮୦ ଆକ୍ରାନ୍ତ । ସୁସ୍ଥ ହେବା ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆଜି ଅନୁଗୁଳରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୫୨୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ଅନ୍ୟ ଜିଲ୍ଲା ଉପରେ ଯଦି ନଜର ପକାଇବା, ତାହେଲେ, ଖୋର୍ଦ୍ଧାରୁ ୪୯୮, ନୂଆପଡ଼ାରୁ ୪୪୫, ଝାରସୁଗୁଡ଼ାରୁ ୨୦୧, କେନ୍ଦୁଝରରୁ ୧୧୭, କଟକରୁ ୧୫୨, ବରଗଡ଼ ଓ ସମ୍ବଲପୁରରୁ ୧୪୮ ଜଣ ଲେଖାଏଁ, ପୁରୀରୁ ୧୪୩, ଗଞ୍ଜାମରୁ ୧୨୬, ମୟୂରମଞ୍ଜରୁ ୧୧୯, ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୭, ବାଲେଶ୍ବରରୁ ୮୧, ଯାଜପୁରରୁ ୬୧ ଜଣ ସୁସ୍ଥ ହୋଇଛନ୍ତି ।

ଏହାଛଡ଼ା କଳାହାଣ୍ଡିରୁ ୫୬, ରାୟଗଡ଼ାରୁ ୫୨, ଭଦ୍ରକ ଓ ଜଗତସିଂହପୁରରୁ ୫୦ ଜଣ ଲେଖାଏଁ, ଗଜପତି ଓ ନୟାଗଡ଼ରୁ ୪୫ ଜଣ ଲେଖାଏଁ, ଢେଙ୍କାନାଳରୁ ୩୯, ଦେବଗଡ଼ରୁ ୨୮, କୋରାପୁଟରୁ ୨୧, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୫ ଜଣ ଲେଖାଏଁ, ମାଲକାନଗିରିରୁ ୪, ସୋନପୁରରୁ ୩ ଓ ଷ୍ଟେଟ୍ ପୁଲରୁ ୧୧୦ ଜଣ ସୁସ୍ଥ ହୋଇଚନ୍ତି । ଆଜିର ଆରୋଗ୍ୟ ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୬୭ ହଜାର ୧୧୧ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.