ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଆଜି ବାଲେଶ୍ବରରେ ତାପମାତ୍ରା ୩୭.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୫, କଟକରେ ୩୯, ପରାଦୀପରେ ୩୨.୧, ଭୁବନେଶ୍ବରରେ ୪୧.୭, ଗୋପାଳପୁରରେ ୩୧.୭, ପୁରୀରେ ୩୩.୮, ଅନୁଗୁଳରେ ୪୨.୭, ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୧, କେନ୍ଦୁଝରରେ ୩୮.୬, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୧, ହୀରାକୁଦରେ ୪୦.୯, ତାଳଚେରରେ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଭବାନୀପାଟଣାରେ ତାପମାତ୍ରା ୪୦.୮ ଡିଗ୍ରୀ ଥିବା ବେଳେ, ବଲାଙ୍ଗୀରରେ ୪୨.୪, କୋରାପୁଟରେ ୩୬.୨, ଫୁଲବାଣୀରେ ୩୯, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୦, ସୋନପୁରରେ ୪୧.୮, ଦାରିଙ୍ଗବାଡ଼ିରେ ୩୬.୫, ନୟାଗଡ଼ରେ ୪୧, ଛତ୍ରପୁରରେ ୩୩.୫, ପାରଳାଖେମୁଣ୍ଡିରେ ୩୯ ଓ ରାୟଗଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Comments are closed.