Latest Odisha News

BREAKING NEWS

ଜଳୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୭, କଟକରେ ୩୯.୮, ପରାଦୀପରେ ୩୨.୫, ଭୁବନେଶ୍ବରରେ ୩୯.୫, ଗୋପାଳପୁରରେ ୩୨.୫, ପୁରୀରେ ୩୩.୬, ଅନୁଗୁଳରେ ୪୨.୧, ବାରିପଦାରେ ୩୯.୬, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୩୯, ସମ୍ବଲପୁରରେ ୪୨.୩, ସୁନ୍ଦରଗଡ଼ରେ ୪୧.୫, ହୀରାକୁଦରେ ୪୨, ତାଳଚେରରେ ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୪୧.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗୀରରେ ୪୨.୫, କୋରାପୁଟରେ ୩୭.୫, ଫୁଲବାଣୀରେ ୪୦, ଟିଟିଲାଗଡ଼ରେ ୪୨, ମାଲକାନଗିରିରେ ୪୦.୫, ସୋନପୁରରେ ୪୧, ଦାରିଙ୍ଗବାଡ଼ିରେ ୩୬.୫, ନୟାଗଡ଼ରେ ୪୧, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୪୦ ଓ ରାୟଗଡ଼ାରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.