Latest Odisha News

BREAKING NEWS

୩୯.୭ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ଗତ କିଛି ଦିନ ଧରି ପାରଦ ୪୦ ଉପରେ ରହୁଥିବା ବେଳେ, ଏବେ ତାତିରୁ ମିଳିଛି ସମାନ୍ୟ ଆଶ୍ବସ୍ତି । ଆଜି ସାରା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ୩୯.୭ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୫.୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭, କଟକରେ ୩୭.୬, ପାରାଦୀପରେ ୩୨.୪, ଗୋପାଳପୁର ୩୨, ପୁରୀ ୩୩.୬, ଅନୁଗୁଳ ୩୮.୧, କେନ୍ଦୁଝର ୩୫.୨, ସମ୍ବଲପୁର ୩୬, ହୀରାକୁଦରେ ୩୫.୧, ତାଳଚେରରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୬.୬, ବଲାଙ୍ଗିରରେ ୩୮.୪, କୋରାପୁଟରେ ୩୬, ଫୁଲବାଣୀରେ ୩୮, ଟିଟିଲାଗଡ଼ରେ ୩୮.୨, ସୋନପୁରରେ ୩୮.୮, ନୟାଗଡ଼ରେ ୩୬, ବୌଦ୍ଧରେ ୩୯, ଛତ୍ରପୁରରେ ୩୪.୩, ପାରଳାଖେମୁଣ୍ଡିରେ ୩୩.୫ ଓ ରାୟଗଡ଼ାରେ ତାପମାତ୍ରା ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.