Latest Odisha News

କରୋନା କଟକଣା : ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ପରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଛତିଶଗଡ଼ ଓ ଝାଡଖଣ୍ଡ ସୀମାବର୍ତ୍ତି ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସାଙ୍ଗକୁ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ସେହିପରି ବାକି ୨୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏସବୁକୁ ବାଦ ଦେଲେ ଅନ୍ୟ ରାଜ୍ୟକୁ ବସ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୧୯ ତାରିଖରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯିବ । ହେଲେ ରାଜ୍ୟ ଭିତରେ ବସ୍ ଚଳାଚଳ କରିବ । ତେବେ ବସରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ । ବସରେ ଯେତିକି ସିଯ୍ ଅଛି, ସେତିକି ଯାତ୍ରୀ ଯାତ୍ରା କରିପାରିବେ । ଏହାସହ ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ଦିଆଯାଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।

ଏହାକୁ ବାଦଦେଲେ ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ । ସେହିପରି ଘରୋଇ ସଂସ୍ଥାର ଅଫିସ ଓ ବ୍ୟାଙ୍କ ଯଥାସମ୍ଭବ କମ୍ କର୍ମଚାରୀଙ୍କୁ ନେଇ କାମ କରିବେ । ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି ।

Leave A Reply

Your email address will not be published.