Latest Odisha News

ସପ୍ତାହାନ୍ତ ସଟଡାଉନରେ ରଜ୍ୟରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏଥିସହ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତ ୧୦ ଜିଲ୍ଲାରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସପ୍ତାହାନ୍ତ ସଟଡାଉନ ବେଳେ ବନ୍ଦ ରହିବ ଟିକାକରଣ । ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତ ୧୦ ଜିଲ୍ଲା ଓ ସମ୍ବଲପୁର, ରାଉରକେଲା ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସପ୍ତାହାନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.