Latest Odisha News

ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଆଜି ପାରଦ ସାମାନ୍ୟ ବଢ଼ିଥିବା ବେଳେ, ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ଟି ସହର । ୪୦.୬ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୭.୮ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୭, କଟକରେ ୩୭.୨, ପାରାଦୀପରେ ୩୨, ଭୁବନେଶ୍ବରରେ ତାପମାତ୍ରା ୩୮.୬, ଗୋପାଳପୁର ୩୨.୧, ପୁରୀ ୩୨.୬, ଅନୁଗୁଳ ୩୯.୭, ବାରିପଦା ୪୦, ଝାରସୁଗୁଡ଼ା ୪୦.୨, କେନ୍ଦୁଝର ୩୭.୪, ସମ୍ବଲପୁର ୩୯.୬, ସୁନ୍ଦରଗଡ଼ ୩୯, ହୀରାକୁଦରେ ୩୯.୧, ତାଳଚେରରେ ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୯.୭, କୋରାପୁଟରେ ୩୫, ଫୁଲବାଣୀରେ ୩୭, ମାଲକାନଗିରିରେ ୪୦, ସୋନପୁରରେ ୩୯.୪, ଦାରିଙ୍ଗିବାଡିରେ ୩୫.୫, ନୟାଗଡ଼ ୩୮.୬, ବୌଦ୍ଧରେ ୩୯, ଛତ୍ରପୁରରେ ୩୩.୪, ପାରଳାଖେମୁଣ୍ଡିରେ ୩୫ ଓ ରାୟଗଡ଼ାରେ ତାପମାତ୍ରା ୩୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.