Latest Odisha News

BREAKING NEWS

ରାଜ୍ୟକୁ ପୁଣି ଫେରୁଛି ତାତି, ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁ କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟକୁ ଧିରେ ଧିରେ ତାତି ଫେରୁଛି । ଆଜିଠୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହା ଫଲେ ଭୀଷଣ ତାତି ଓ ଗୁଳୁଗୁଳି ଅନୁଭୁତ ହେବ । ଏହା ସହ ଝାଞ୍ଜି ପବନ ମଧ୍ୟ ବହିବା ସମ୍ଭାବନା ରହିଛି ।

ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବାର ସମ୍ଭାବନା ରହିଛି ।

ସେହିପରି ଶୁକ୍ରବାର ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ଣ ପ୍ରବାହ ଆହୁରି ବଢିବା ଆକଳନ କରାଯାଇଛି । ଏହି ୨ ଦିନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି । ଆଗକୁ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ୪୦ ଡିଗ୍ରି ପାର କରି ବୁଧବାର ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଥିଲା ।

Comments are closed.