Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ହେଲେ ନିଲମ୍ବିତ

ଦେବଗଡ଼: ଓଟିଇଟି ପେପର-୧ ପ୍ରଶ୍ନପତ୍ର ଲିକ୍‌ ଘଟଣା । ୨ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ନିଲମ୍ବିତ । ପରୀକ୍ଷାର୍ଥୀଙ୍କ ଠାରୁ ମୋବାଇଲ୍ ଜବତ ମାମଲାରେ ତିନି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ଦେବଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଓ ଶିକ୍ଷକ ସୁଶାନ୍ତ ରାୟ ଏବଂ ସୁନାମୁଣ୍ଡା ହାଇସ୍କୁଲର ଶିକ୍ଷକ ବିଶ୍ବନାଥ କିଶାନ ।

ଏପ୍ରିଲ ୯ରେ ହୋଇଥିବା ଓଟିଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ପୂର୍ବାହ୍ନରେ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଆରମ୍ଭ ହୋଇଥିଲା । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ମୋବାଇଲରୁ ମୋବାଇଲ ପ୍ରଶ୍ନପତ୍ର ଏବଂ ଉତ୍ତର ଘୁରି ବୁଲିଥିଲା । ଏହି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଓ ସୁପରିଟେଣ୍ଡେଣ୍ଟ୍ ରାଉଣ୍ଡ ଚେକିଂ କରିବା ସମୟରେ ଜଣେ ପରୀକ୍ଷାର୍ଥୀଙ୍କ ପାଖରୁ ମୋବାଇଲ ଫୋନ୍ ଜବତ କରିଥିଲେ । ଯେଉଁଥିରେ ପ୍ରଶ୍ନପତ୍ରର ଫଟୋ ଉଠା ହୋଇଥିବା ଦେଖିବାକୁ ପାଇଥିଲେ ।  

ପ୍ରଶ୍ନପତ୍ର ଲିକ୍‌ ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ଏବଂ ବୋର୍ଡର ତନାଘନା ପରେ ପ୍ରଶ୍ନପତ୍ର ଲିକ୍‌ ହେବା ସ୍ପଷ୍ଟ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.