Latest Odisha News

ସୋନପୁରରେ ସର୍ବାଧିକ ତାତି, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ବର : ପୁଣି ବଢ଼ିଲା ପାରଦ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ୪୦.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୪, କଟକରେ ୩୭, ପାରାଦୀପରେ ୩୨.୬, ଭୁବନେଶ୍ବରରେ ୩୯.୫, ଗୋପାଳପୁରରେ ୩୩, ପୁରୀରେ ୩୩.୮, ଅନୁଗୁଳରେ ୩୮.୭, ଝାରସୁଗୁଡ଼ାରେ ୩୭.୪, କେନ୍ଦୁଝରରେ ୩୨.୨, ସମ୍ବଲପୁରରେ ୩୮.୩, ସୁନ୍ଦରଗଡ଼ରେ ୩୭.୭, ହୀରାକୁଦରେ ୩୭.୩, ତାଳଚେରରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୯.୬ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୯.୨, କୋରାପୁଟରେ ୩୩, ଫୁଲବାଣୀରେ ୩୫.୫, ମାଲକାନଗିରିରେ ୩୮.୫, ଦାରିଙ୍ଗବାଡିରେ ୩୧.୫, ନୟାଗଡ଼ରେ ୩୭, ଛତ୍ରପୁରରେ ୩୩.୭, ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.