Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ ଦୃତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୪୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୭ । ସେହିପରି ସୁସ୍ଥ ହୋଇଛନ୍ତି ଆଉ ୮୪୮ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ୪୫ ଜଣ ଥିବା ବେଳେ, ନୟାପଲ୍ଲୀରୁ ୪୪ ଜଣ, ଚନ୍ଦ୍ରଶେଖରପୁରରୁ ୩୨ ଓ ଖଣ୍ଡଗିରିରୁ ୩୧ ଜଣ ଅଛନ୍ତି । ସେହିପରି ଓଲ୍ଡ ଟାଉନରୁ ୨୯ ଜଣ ଥିବା ବେଳେ, ଲକ୍ଷ୍ମୀସାଗରରୁ ୩୩, ଶୈଳଶ୍ରୀବିହାରରୁ ୨୪, ସୁନ୍ଦରପଦାରୁ ୨୭, ଭିଏସଏସ ନଗର ଓ ସହିଦନଗରରୁ ୧୯ ଜଣ ଲେଖାଏଁ, ରସୁଲଗଡ଼ରୁ ୨୭, ୟୁନିଟ୍-୩ରୁ ୨୫, ୟୁନିଟ୍-୯ରୁ ୨୭, ବଡ଼ଗଡ଼ରୁ ୨୯, ବରମୁଣ୍ଡାରୁ ୨୩, ନୀଳାଦ୍ରିବିହାରରୁ ୨୪, ଆଇଆରସି ଭିଲେଜରୁ ୧୮, ମଞ୍ଚେଶ୍ବରରୁ ୧୮ ଜଣ ଆକ୍ରାନ୍ତ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ପଟିଆରୁ ସର୍ବାଧିକ ୧୩ ଜଣ ସଂକ୍ରମିତ ଥିବା ବେଳେ, ଓଲ୍ଡ ଟାଉନ ଓ ଚନ୍ଦ୍ରଶେଖରପୁରରୁ ୯ ଜଣ ଲେଖାଏଁ, ୟୁନିଟ-୯ରୁ ୮, ବରମୁଣ୍ଡାରୁ ୭, ନୀଳାଦ୍ରିବହାର ଓ ଟଙ୍କପାଣି ରେଡରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ସେହିପରି ଅନ୍ୟ ଅଞ୍ଚଳରୁ ବି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୫୧ ହଜାର ୪୯୬ ଜଣ । ଏମାନଙ୍କ ଧ୍ୟରୁ ୪୧ ହଜାର ୧୩୬ ଜଣ ସୁସ୍ଥ ହୋଇଥିବା ବେଳେ, ୨୭୯ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୦ ହଜାର ୬୦ ଜଣଙ୍କ ଚକିତ୍ସା ଚାଲିଛି ।

Leave A Reply

Your email address will not be published.