Latest Odisha News

BREAKING NEWS

ସମ୍ବଲପୁରରେ ୪୫ ଡ଼ିଗ୍ରୀ ଛୁଇଁଲା ପାରଦ, ଅସହ୍ୟ ଉତ୍ତାପରେ ହନ୍ତସନ୍ତ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।

ଏହାବ୍ୟତୀତ, ମଙ୍ଗଳବାର ଦିନ ଓଡ଼ିଶାର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ସମଗ୍ର ରାଜ୍ୟରେ ଗରମ କ୍ରମଶଃ ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଇଛି । ଯେଉଁ ସବୁ ସହର ଗୁଡ଼ିକ ୪୦ ଡ଼ିଗ୍ରୀ ଉପରେ ରହିଛି ସେହି ସହର ଗୁଡ଼ିକ ହେଲା – ଅନୁଗୁଳ (୪୧.୭), ଝାରସୁଗୁଡ଼ା (୪୪.୨), ସୁନ୍ଦରଗଡ଼ (୪୧), ହିରାକୁଦ (୪୪.୪), ତାଳଚେର (୪୨.୫), ଭବାନୀପାଟଣା (୪୦.୬), ବଲାଙ୍ଗିର (୪୧.୮), ଟିଟିଲାଗଡ଼ (୪୩.୪), ମାଲକାନଗିରି (୪୦.୨), ସୋନପୁର (୪୪), ଚାନ୍ଦବାଲି (୪୦) ଏବଂ ଭୁବନେଶ୍ୱର (୪୦.୩) ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆସନ୍ତା ଜୁନ ୧୪ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ଉତ୍ତାପ ବଳବତ୍ତର ରହିବା ନେଇ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା – ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ।

ତେବେ ଆଇଏମଡ଼ି ପକ୍ଷରୁ ଜାରି ହୋଇଥିବା ସୂଚନାନୁଯାୟୀ, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ, ଗଞ୍ଜାମ, ପୁରୀ, ନୟାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ଦେଓଗଡ଼, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି ଏବଂ ଏହିସବୁ ଜିଲ୍ଲାଗୁଡ଼ିକରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପାଣିପାଗରେ କିଛିଟା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.