Latest Odisha News

‘ସୋଆ ସମର ଟେକ୍ନୋ କ୍ୟାମ୍ପ’ରେ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ଆହରଣ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଚଳିତ ମାସ ଆୟୋଜିତ ଦୁଇଟି ପୃଥକ ପୃଥକ ସମର ଟେକ୍ନୋ କ୍ୟାମ୍ପରେ ଓଡ଼ିଶାର ବିଭିନ୍ନ ସ୍କୁଲ୍ର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଭାଗ ନେଇ ବିଶ୍ୱରେ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।
ଜୁନ୍ ୩ରୁ ୯ ତାରିଖ ମଧ୍ୟରେ ସୋଆ ଅଧିନସ୍ଥ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଆୟୋଜିତ ସମର ଟେକ୍ନୋ କ୍ୟାମ୍ପରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ସିଭିଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ଆପ୍ଲିକେସନ୍, କ୍ଲାଇମେଟ୍ ସାଇନ୍ସ, ରୋବୋଟିକ୍ସ, ମେକାଟ୍ରୋନିକ୍ସ, ଫିଜିକ୍ସ ଏବଂ ମ୍ୟାଥମେଟିକ୍ସ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ଅଧିକ ଜ୍ଞାନ ଆହରଣ କରିବାରେ ସଫଳ ହୋଇଛନ୍ତି ।

ସେହିପରି ଜୁନ୍ ୪ରୁ ୮ ତାରିଖ ମଧ୍ୟରେ ଆଇଟିଇଆର୍ର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଅନ୍ୟ ଏକ ଟେକ୍ନୋ କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଦୁଇଟି ଯାକ ସମର୍ କ୍ୟାମ୍ପରେ ୬ଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ସୋଆ ରିସର୍ଚ୍ଚ ଏବଂ ଡେଭଲପ୍ମେଂଟ ଡିନ୍ ତଥା କାର୍ଯ୍ୟକାରୀ କୁଳପତି ପ୍ରଫେସର ପି.କେ. ନନ୍ଦ କହିଥିଲେ ଯେ ସମର ଟେକ୍ନୋ କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇବା ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ୟାମ୍ପର ଆରମ୍ଭରୁ ବିଭିନ୍ନ ପ୍ରୋଜେକ୍ଟ ଦ୍ୱାରା ବୁଦ୍ଧିର ଝଡ ଦେଖାଦେଇଥିବା ବେଳେ କ୍ୟାମ୍ପ ଶେଷରେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବିଭିନ୍ନ ପ୍ରୋଜେକ୍ଟ ପ୍ରସ୍ତୁତ କରିବାରେ ଛାତ୍ରଛାତ୍ରୀମାନେ ସକ୍ଷମ ହୋଇଥିଲେ ବୋଲି ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି ।

କ୍ୟାମ୍ପରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରୋଜେକ୍ଟଗୁଡ଼ିକ ହେଲା, ସ୍ମାର୍ଟ ଲାଇନ୍ ଫଲୋୟର୍, ସ୍ମାର୍ଟ ଡଷ୍ଟବିନ୍, ଷ୍ଟରଲିଂ ଇଞ୍ଜିନ୍, ହାଇଡ୍ରୋଲିକ୍ ଜେସିବି, ରେନ୍ ୱାଟର ହାର୍ଭେଷ୍ଟିଂ, ବିଲ୍ଡିଂ ୱିଥ୍ ଭର୍ଟିକାଲ୍ ଗାର୍ଡେନ୍, ୱାର୍ଲେସ୍ ପାୱାର, ଇନ୍ଭର୍ଟର୍, ଆର୍ଡୁଇନୋ ବେସ୍ଡ୍ ପ୍ରୋଜେକ୍ଟସ , ୱେବ୍ ପେଜ୍ ଡିଜାଇନ୍, ଆଣ୍ଡ ଫନ୍ ୱିଥ୍ ଆଣ୍ଡ୍ରଏଡ୍ । ସୋଆର ପ୍ରଶିକ୍ଷିତ ଫାକଲ୍ଟି ଏବଂ ଟେକ୍ନିକାଲ୍ ଷ୍ଟାଫ୍ମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜକ୍ଟ ଶେଷ କରିବାରେ ସାହାଯ୍ୟ କରିଥିଲେ । ସେହିପରି ଆମେରିକାନ୍ ସୋସାଇଟି ଅଫ୍ ମେକାନିକ ଇଞ୍ଜିନିୟର୍ସ (ଏଏସ୍ଏମ୍ଇ) , ଆମେରିକାନ୍ ସୋସାଇଟି ଅଫ୍ ସିଭିଲ୍ ଇଞ୍ଜିନିୟର୍ସ (ଏଏସ୍ସିଇ) ଏବଂ ଇନଷ୍ଟିଚ୍ୟୁୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ଭଳି ଷ୍ଟୁଡେଂଟ ଚାପ୍ଟର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ ।

ସେହିପରି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ କ୍ୟାମ୍ପରେ ଛାତ୍ରଛାତ୍ରୀମାନଙ୍କୁ ଇଲେକ୍ଟ୍ରୋନିକ୍ସର ଅତ୍ୟାଧୁନିକ ଜ୍ଞାନ କୌଶଳ ଯାହାକି ନିୟମିତ ଜୀବନରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଅଧିକ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପ୍ରତିଯୋଗୀମାନେ ଅଟୋମେଟିକ୍ ଷ୍ଟ୍ରିଟ୍ ଲାଇଟ୍, ଅଟୋମେଟିକ୍ ୱାଟର୍ ଲେବଲ୍ ଇଣ୍ଡିକେଟର୍ ଏବଂ ଇଲେକ୍ଟ୍ରୋନିକସ ଭୋଟିଂ ମେସିନ୍ ଭଳି ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ ।

କ୍ୟାମ୍ପ ଚାଲିଥିବା ମଧ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରତିଯୋଗୀମାନଙ୍କୁ ନେଇ ବିଭିନ୍ନ କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଫେସର ପି.କେ. ନନ୍ଦ ଏବଂ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ.ସାହୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ । ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି କହିଥିଲେ ଯେ ପ୍ରତିଯୋଗୀମାନଙ୍କ ହାବଭାବରୁ ଲାଗୁଛି ସେମାନେ ଏହି କାର୍ଯ୍ୟକ୍ରମ ପ୍ରତି ବେଶ ଉତ୍ସାହିତ ଅଛନ୍ତି ।

ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ମଦର ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା  ପଲ୍ଲୀ ପଟ୍ଟନାୟକ, କଳିଙ୍ଗ ନଗରର ଡିଏଭି ସ୍କୁଲ୍ର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍ ଡକ୍ଟର ଜ୍ୟୋତି ରଞ୍ଜନ ଦାସ, ଡେପୁଟି ରେଜିଷ୍ଟ୍ରାର୍ ଡ. ମଧୁବ୍ରତା ମହାନ୍ତି ଏବଂ ଡେପୁଟି କଂଟ୍ରୋଲର (ପରୀକ୍ଷା ) ତ୍ରୁପ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କ୍ୟାମ୍ପରେ ଆଇଟିଇଆର୍ର ବିଭିନ୍୍ ବିଭାଗର ମୁଖ୍ୟ ଯଥା ପ୍ରଫେସର ଡି. ଏନ୍ ଥାଟୋଇ, ପ୍ରଫେସର ନିରଞ୍ଜନ ନାୟକ, ପ୍ରଫେସର ଅଜିତ୍ ନାୟକ, ପ୍ରଫେସର ମାନସ ଦାସ, ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ତ୍ରିପ୍ତି ସ୍ୱର୍ଣ୍ଣାକାର, ପ୍ରଫେସର ଜୟନ୍ତ ଦାସ, ପ୍ରଫେସର ଏସ୍.କେ କାମିଲା ଏବଂ ପ୍ରଫେସର ପି.ସି ଦାସ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶ୍ୱେତାରାଣୀ ବିଶ୍ୱାଳ ।

Leave A Reply

Your email address will not be published.