Latest Odisha News

ରାଜ୍ୟରେ ବଢିଲା ଅସହ୍ୟ ତାତି, ତାଳଚେରରେ ୪୩.୧ ଡ଼ିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି, ଏହି ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବା ରାଜ୍ୟର ଜନସାଧାରଣଙ୍କ ପ୍ରତି ଏକ ସତର୍କ ଘଣ୍ଟି ସଦୃଶ ।

ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଶନିବାର ସନ୍ଧ୍ୟାରେ ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ତାଳଚେର ସହରର ତାପମାତ୍ରା ସର୍ବାଧିକ ୪୩.୧ ଡ଼ିଗ୍ରୀରେ ପହଞ୍ଚିଛି । ସେହିପରି ଯେଉଁ ଅନ୍ୟ ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହିଛି ସେହି ସ୍ଥାନ ଗୁଡ଼ିକ ହେଲା – ଟିଟିଲାଗଡ଼ (୪୩), ଅନୁଗୁଳ (୪୨.୭), ବଲାଙ୍ଗୀର (୪୨), ସୋନପୁର (୪୦.୮), ଭବାନୀପାଟଣା (୪୨.୫), ଝାରସୁଗୁଡ଼ା (୪୦.୯), ସମ୍ବଲପୁର (୪୦.୧) ଓ ସୁନ୍ଦରଗଡ଼ (୪୦) ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଏହା ବ୍ୟତୀତ, କଟକ (), ଭୁବନେଶ୍ୱର (), କେନ୍ଦୁଝର (), ମାଲକାନଗିରି (), ହିରାକୁଦ () ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଯେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି, ତେବେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରୌଦ୍ରତାପ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Comments are closed.