Latest Odisha News

BREAKING NEWS

ବାରିପଦାରେ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ ବାରିପଦାରେ ଆରମ୍ଭ ହୋଇଛି । ବାରିପଦା ଛଉ ପଡ଼ିଆର ମଞ୍ଚରେ ଉଦଘାଟିତ ହୋଇଛି ଏହି ଚୈତ୍ର ପର୍ବ ।

ମୟୂରଭଞ୍ଜ ଦକ୍ଷିଣ ସାହିର କାର୍ତିକେଶ୍ୱର ରଣା ଓ ଉତ୍ତର ସାହିର ଦିଲୀପ କୁମାର ମିଶ୍ର ଅନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଵଳନ କରି ପର୍ବକୁ ଉଦଘାଟିତ କରିଛନ୍ତି। ସୁଧୀର ନାୟକ ମଞ୍ଚ ପରିଚାଳନା କରିଥିଲେ ।

ସନ୍ଧ୍ୟାରେ ବାରିପଦା ଅମ୍ବିକା ମନ୍ଦିରରୁ ଆଜ୍ଞାମାଳ ଆସିଥିଲା। ଶୋଭାଯାତ୍ରାରେ ଆଜ୍ଞାମାଳକୁ କାର୍ଯ୍ୟକ୍ରମ ସ୍ଥଳକୁ ଅଣା ଯାଇଥିଲା। ମଞ୍ଚରେ ଉଭୟ ଉତ୍ତର ଓ ଦକ୍ଷିଣ ସାହିର କଳାକାର ମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ ।

ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିବା ଏହି ଚୈତ୍ର ଉତ୍ସବ ଦେଖିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦର୍ଶକ ମାନେ ବାରିପଦାକୁ ଆସିଛନ୍ତି । ଛଉ ନୃତ୍ୟର ତାଳେ ତାଳେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ବେଶ୍ ଆମୋଦିତ କରିପାରୁଛି ।

Leave A Reply

Your email address will not be published.