Latest Odisha News

BREAKING NEWS

CM’s Grievance Hearing: ଏହି ୨ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର:ଆସନ୍ତା ମେ ୧୮ ଓ ୨୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର , ଅନ୍ୟ ଗଣମାଧ୍ଯମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଏକ ପ୍ରମୁଖ ଜନସମ୍ପର୍କ ପଦକ୍ଷେପ ଯାହା ମାଧ୍ୟମରେ ନାଗରିକମାନେ ସିଧାସଳଖ ରାଜ୍ୟ ପ୍ରଶାସନ ନିକଟରେ ଅଭିଯୋଗ ଏବଂ ଆପତ୍ତି ଦାଖଲ କରନ୍ତି।

Leave A Reply

Your email address will not be published.