Latest Odisha News

BREAKING NEWS

ଝାରସୁଗୁଡାରେ 46 ଡିଗ୍ରୀ ଛୁଇଁଲା ପାରଦ, ତାତିରେ ହନ୍ତସନ୍ତ ଜନଜୀବନ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୋଇପଡ଼ିଥିବା ବେଳେ ଆଜି ଝାରସୁଗୁଡାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ଛୁଇଁଛି । ଦିନର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ ହେବା ପରେ ସହର ସମେତ ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି ।

 

ସକାଳୁ ଖରାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଦିନ ବଢ଼ିବା ସହିତ ରାସ୍ତାଘାଟ ପ୍ରାୟ ଶୂନଶାନ ହୋଇଯାଇଥିଲା । ଦୋକାନ ବଜାର, ଶ୍ରମିକ, ଦୈନିକ ଯା ଆସ କରୁଥିବା ଲୋକ ଓ ବାହାରେ କାମ କରୁଥିବା ଲୋକମାନେ ଅସହ୍ୟ ଗରମରେ ବେଶ୍ ହନ୍ତସନ୍ତ ହୋଇଥିଲେ ।

 

ମେ ମାସରେ ଝାରସୁଗୁଡା ପୂର୍ବରୁ ମଧ୍ୟ ରେକର୍ଡ ତାପମାତ୍ରାର ରେକର୍ଡ ରହିଛି । ୨୮ ମେ ୧୯୯୮ ରେ ଏଠାରେ ସର୍ବୋଚ୍ଚ ୪୮°C ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ୨୪ ମେ ୧୯୯୮ରେ ୪୭.୬°C ଏବଂ ୨୦ ମେ ୧୯୭୮ରେ ୪୭.୫°C ତାପମାତ୍ରା ରେକର୍ଡ ହୋଇଥିଲା ।

 

ନିକଟ ଅତୀତରେ ମଧ୍ୟ ଝାରସୁଗୁଡା ଭୟଙ୍କର ଗରମର ସମ୍ମୁଖୀନ ହୋଇଛି । ୨୦୨୪ ମସିହା ମେ ୩୧ ତାରିଖରେ ଏଠାରେ ପାରଦ ୪୭°C ଛୁଇଁଥିଲା । ଏବେ ପୁଣି ୪୬°C ତାପମାତ୍ରା ରେକର୍ଡ ହେବା ପରେ ଝାରସୁଗୁଡାରେ ଗ୍ରୀଷ୍ମର ତୀବ୍ରତାକୁ ନେଇ ଚିନ୍ତା ବଢ଼ିଛି ।

 

ଏଭଳି ତାପମାତ୍ରାରେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ଦିନ ସମୟରେ ବାହାରକୁ ନ ବାହାରିବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ଶିଶୁ, ବୃଦ୍ଧ ଓ ରୋଗୀଙ୍କ ଯତ୍ନ ନେବା ପାଇଁ ସତର୍କ ରହିବା ଆବଶ୍ୟକ ।

Leave A Reply

Your email address will not be published.