Latest Odisha News

ଅସ୍ବାଭାବିକ ମୃତ୍ୟୁ ଘଟଣା:ଦିନ ୧୧ରୁ ୩ଟା ଭିତରେ ଖରାକୁ ନବାହାରିବାକୁ ପରାମର୍ଶ ଦେଲେ ଏସ୍‌ଆର୍‌ସି

ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ବାଭାବିକ ମୃତ୍ୟୁର କରାଯିବ ତଦନ୍ତ । ପିକ୍ ଆୱାରରେ କାମ କରିବା ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ଅନୁମାନ କରାଯାଉଛି । ତେବେ ପିକ୍ ଆୱାର କାମ ବାରଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଉଲ୍ଲଂଘନ କଲେ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିନ ୧୧ରୁ ୩ଟା ଭିତରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ସେପଟେ ଗତକାଲିର ଘଟଣାକୁ ନେଇ ତଦନ୍ତ କରାଯାଉଛି କହିଲେ ଏସ୍‌ଆର୍‌ସି  । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ସୂଚନା ଥାଉକି ଗତକାଲି ୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ । ଏହାରି ଭିତରେ ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ବର୍ତମାନ ଜିଲ୍ଲାରେ ୧୯କୁ ବଢିଲା ମୃତ୍ୟୁ ସଂଖ୍ୟା । ରାଉରକେଲାରେ କେବଳ ୧୩ ଜଣଙ୍କ ମୃତ୍ୟୁ ହୋଇଛି  । ସେଥିରୁ ୧୧ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି  ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ ସୂଚନା ଦେଇଛନ୍ତି ।

ଏନେଇ ରାଜ୍ୟସ୍ତରୀୟ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ହିଟ୍‌ୱେଭ୍‌ ଚାଲିଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଲେ ।

 

 

Leave A Reply

Your email address will not be published.