Latest Odisha News

BREAKING NEWS

ହିଟ୍ଓ୍ବେଭ୍ ଆଲର୍ଟ; ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହର ପ୍ରଭାବ । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଥିଲେ ମଧ୍ୟ ତାତିରୁ ମିଳୁନି ଆଶ୍ବସ୍ତି । ଏହାକୁ ନେଇ ଆଜି ସତର୍କ ଜାରି କରିଛନ୍ତି ଏସଆରସି । ଆହୁରି ବଢିପାରେ ତାତି । ପ୍ରଚଣ୍ଡ ତାତି ଆାକଳନ ନେଇ ଆଜି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ତାତିର ମୁକାବିଲା ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ତେବେ ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଏଥର ଓଡିଶା ଛୁଇଁଥିଲା ମୌସୁମୀ । ହେଲେ ପାଗ ଅନୁକୂଳ ନଥିବାରୁ ଆଗେଇ ପାରୁନାହିଁ ମୌସୁମୀ । ସେପଟେ ଉତ୍ତର ପଶ୍ଚିମ ଦିଗରୁ ପବନ ବହିବା କାରଣରୁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତି ହେଉଛି । ଏହା ସହିତ ଆହୁରି  ୨ରୁ ୫ ଦିନ ଏହି ସମାନ ସ୍ଥିତି ବଜାୟ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାପାରେ ବୋଲି ସତର୍କ ମଧ୍ୟ କରାଯାଇଛି ।

Leave A Reply

Your email address will not be published.