Latest Odisha News

BREAKING NEWS

ଡରାଇଲାଣି ଡେଙ୍ଗୁ; ରାଜ୍ୟରେ ଆଉ ୩ ରୋଗୀ ଚିହ୍ନଟ, ସବୁ ଜିଲ୍ଲାରେ ପ୍ଲେଟଲେଟ୍ ଉପଲବ୍ଧ କରି ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରବିବାର ରାଜ୍ୟରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଜଣ ପୁରୀରୁ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଭୁବନେଶ୍ୱରରୁ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୩୫ ରୋଗୀ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ଖବର ମୁତାବକ, ଗତବର୍ଷ ଏହି ସମୟ ସୁଦ୍ଧା ୧୦୭ ଜଣ ଡେଙ୍ଗୁ ରୋଗୀ ଥିଲେ । ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୩୫ ରୋଗୀ ଅଛନ୍ତି । ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ରୋଗୀ ଖୋର୍ଦ୍ଧା, ମାଲକାନଗିରି ଓ ପୁରୀରୁ ଚିହ୍ନଟ ହୋଇଛନ୍ତି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇ ପ୍ଲେଟଲେଟ୍ ଉପଲବ୍ଧ କରିବାକୁ କୁହାଯାଇଛି ।

ଏନେଇ ହସ୍ପିଟାଲ ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଛି । କଟକ, ଖୋର୍ଦ୍ଧା, ପୁରୀକୁ ଅଧିକ ଆଲର୍ଟ ରହିବାକୁ କୁହାଯାଇଛି । କଟକରେ ୧୯, ଖୋର୍ଦ୍ଧାରେ ୬୫, ମାଲକାନଗିରିରୁ ୧୭ ଓ ସୁନ୍ଦରଗଡ଼ରୁ ୧୦ ରୁ ୧୨ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୌଣସି ଡେଙ୍ଗୁ ଜନିତ ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

Leave A Reply

Your email address will not be published.