Latest Odisha News

BREAKING NEWS

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ ।

ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । କାଟ୍ରାମାଲ, ସିଗାଡ଼ି, ସୁରକଣ, କନପା, ବରପୁଟୁଳି, ଆଦିସିଙ୍ଗ, ସଗଡ଼ା ଓ ଅନ୍ୟ ଗାଁ ପାଣି ଘେରରେ ରହିଛି ।

ଏସବୁ ଗ୍ରାମର ବାସିନ୍ଦା ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ମୁଣ୍ଡାସାହି-ସଗଡ଼ ରାସ୍ତା ଉପରେ ନିର୍ଭର କରନ୍ତି । ଏହି ରାସ୍ତାରେ ଥିବା ନାଳ ଉପରେ ଏକ ଛୋଟ ବ୍ରିଜ୍ ନିର୍ମାଣ ହେଉଥିଲା । ବ୍ରିଜ୍ ନିର୍ମାଣ ହେଉଥିବାରୁ ଉଭୟ ପାର୍ଶ୍ୱରେ ଆପ୍ରୋଚ୍ ରୋଡ୍ କରାଯାଇଥିଲା । ଯାହାକି ପ୍ରବଳ ବର୍ଷାରେ ଧୋଇ ଯାଇଛି ।

ସେହିଭଳି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୩ଟି ଗାଁରେ ସମାନ ସ୍ଥିତି ଉପୁଜିଛି । ହରଭଙ୍ଗୀ ନଦୀ ଉପରେ ଥିବା ଅସ୍ଥାୟୀ କାଠପୋଲ ଭାସି ଯାଇଛି । ପ୍ରବଳ ବର୍ଷାରେ ଅସ୍ଥାୟୀ କାଠପୋଲ ଭାସିଯିବାରୁ ଗ୍ରାମବାସୀ ଯିବାଆସିବା କରି ପାରୁ ନାହାନ୍ତି ।

Leave A Reply

Your email address will not be published.