Latest Odisha News

BREAKING NEWS

ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା: ୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।

ତେବେ ଏହି ଲଘୁଚାପ ଯୋଗୁଁ ଉତ୍ତର ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସଂନ୍ଧ୍ୟା ୪ଟା ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ ଆଦି ।

ଫଳରେ ରାଜ୍ୟର ପ୍ରମୁଖ ନଦୀଗୁଡିକର ଜଳସ୍ତର ବଢିବା ସହିତ ବନ୍ୟା ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯିବା ସହ ଜରୁରିକାଳୀନ ପରିସ୍ଥିତିର ମୁକାବଲା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଡେପୁଟି ଏସଆରସି ସୂଚନା ଦେଇଛନ୍ତି ।

ସେପଟେ ପାଖାପାଖି ୧୭ ତାରିଖ ବେଳକୁ ପାଣିପାଗରେ ପରିବର୍ତ୍ତନ ଦେଖାଯିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏଇ କିଛିଦିନ ପାଇଁ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ମଧ୍ୟ ସଜାଗ କରାଯାଇଛି ।

Leave A Reply

Your email address will not be published.