Latest Odisha News

BREAKING NEWS

ପ୍ରବଳ ବର୍ଷା: ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ : ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ଯୋଗୁଁ ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ସୂଚନା ଅନୁଯାୟୀ ସେଠାରେ ଗତକାଲି ଠାରୁ ଲଗାଣ ବର୍ଷା ଜାରୀ ରହିଛି ।

ଦେବଗଡର କୁରେଇଁବାହାଲ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ପଥରଗଡ ପୋଲ ରିଟର୍ଣ୍ଣିୱାଲ ଧସିଯିବାରୁ ଦେବଗଡ ଓ ସମ୍ବଲପୁର ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ଏହି ରାସ୍ତା ଧସିବା ପରଠାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ମଟର ଅଟକି ରହିଛ । ବ୍ୟସ୍ତବହୁଳ ଏହି ରାସ୍ତାରେ ଲୋକମାନଙ୍କୁ ଯାତାୟତ ସୁବିଧା ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.