Latest Odisha News

BREAKING NEWS

ୟାସ୍ ପ୍ରଭାବରେ ଝାଡଖଣ୍ଡରେ ବର୍ଷା ପବନ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ଏବେ ବି ବହୁତ୍ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବାତ୍ୟା ପ୍ରଭାବ କମିଯାଇଥିଲେ ବି ବନ୍ୟା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ପଡୋଶୀ ରାଜ୍ୟରେ ପହଁଚିଛି ବାତ୍ୟା ‘ୟାସ’।

ଭଦ୍ରକ, ବାଲେଶ୍ୱରରେ କ୍ଷୟକ୍ଷତି ଘଟିଥିବାବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରୁ ବିଛିନ୍ନ ହୋଇଛନ୍ତି ଲୋକେ । ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ବାତ୍ୟା ୟାସ ଓଡିଶା ସୀମା ଅତିକ୍ରମ କରିବା ପରେ ଏବେ ଝାଡ଼ଖଣ୍ଡରେ ପହଁଚିଛି ।

ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବାତ୍ୟାର ପ୍ରକୋପ ଜାରି ରହିଛି । ଲଗାଣ ବର୍ଷା ସାଂଗକୁ ପବନର ପ୍ରକୋପ ଜାରି ରହିଛି । ତେବେ ଆସନ୍ତା ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ୟାସର ପ୍ରଭାବ ଜାରି ରହିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.