Latest Odisha News

BREAKING NEWS

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର କିଛି ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ରହିଛି ।

ସେହିପରି ରାଜ୍ୟର ଚାନ୍ଦବାଲିରେ ସର୍ବାଧିକ ବର୍ଷା (୧୨୨.୩) ମିମି. ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର (୫୮.୬), ବଲାଙ୍ଗୀର (୯୨.୬), ଫୁଲବାଣୀ (୮୪.୬), ଭୁବନେଶ୍ୱର (୭୦.୮), ସୋନପୁର (୭୦), ପୁରୀ (୫୭.୪), କଟକ (୫୪.୨), ବାଲେଶ୍ୱର (୫୦.୯), ହୀରାକୁଦ(୫୦.୨), ଟିଟଲାଗଡ (୪୪.୮), କେନ୍ଦୁଝର (୩୪.୩), ବାରିପଦା (୩୪.୨), ପାରାଦୀପ (୩୨.୫) ମାଲକାନଗିରି (୧୫), ଝାରସୁଗୁଡା (୨୯.୭), ଭବାନୀପାଟଣା (୨୬), କୋରାପୁଟ (୨୧.୮) ଓ ତାଳଚେର (୩୧) ରହିଛି ।

Leave A Reply

Your email address will not be published.